Shalandi Sahitya

କାନ୍ଦର ଲହରୀ ଭାସି ଆସୁଥିଲା ଗେଟ୍ ଯାଏ । ସ୍କୁଟିକୁ ଷ୍ଟାଣ୍ଡରେ ରଖୁ-ରଖୁ ଥାନା ବାରଣ୍ଡାରୁ ହୋ-ହଲ୍ଲା ଶବ୍ଦ ତାଙ୍କ କାନରେ ପିଟି ହେଲା ,ବିରକ୍ତ ହୋଇଗଲେ ଦୀପ୍ତି ମେଡମ୍ ।

 

Read More...


ଅଧାଲେଖା ଇତି

ସାଗରିକା ପାଣିଗ୍ରାହୀ

ମେଡିକାଲ କଲେଜର ଲାବୋରେଟରୀ ଟେବୁଲରେ ପଡିଥିଲା କଙ୍କାଳଟିଏ । କ୍ୟାନସର ସ୍ପେସାଲିଷ୍ଟ ଅର୍ଣ୍ଣବ ପଏଣ୍ଟରରେ ସ୍ପର୍ଶ କଲେ କଙ୍କାଳକୁ । ହଠାତ୍ ଅନୁଭବ କଲେ ଏକ ବିଜୁଳି କରେଣ୍ଟ ଖେଳିଗଲା ତାଙ୍କ ସମଗ୍ର ଶରୀରରେ । କେହିଜଣେ ଛାତ୍ର କହିଲା--ସାର୍ କଙ୍କାଳକୁ ନେଇ ପାଠ ପଢିଲା ବେଳେ ମାଟି ତଳୁ ସଦ୍ୟ ଏକ ଫସିଲ ଆବିଷ୍କାର କଲା ପରି ଲାଗୁଛି

 

Read More...


ଜୁଲାଇ ମାସର ହାଲୁକା ତତଲା ରାତି, କ୍ଲବଘର ଛାତଉପରେ ହେଁସଟେ ପାରି ଶୋଉଥିଲୁ ଆମେ ପାଂଚଜଣ । ମଝିରେ ବାଇନଭାଇ, ବାଁ ପଟେ ହରି ଆଉ ଲିଟୁ , ଡାହାଣ ପଟକୁ ମୁଁ ଆଉ କଟି ।

 

Read More...


ଠାକୁରାଣୀ

ପରେଶ ପଟ୍ଟନାୟକ

ଗତ ଶତାବ୍ଦୀର ଷାଠିଏ ଦଶକରେ ଆମର ପିଲାଦିନଟି କଟିଥିଲା ଗୋଟେ ଗାଁରେ । ବାପା ସେଠି ଚାକିରୀ କରୁଥିଲେ ଶିକ୍ଷକ ଭାବରେ । ସେତେବେଳେ ଗାଁଟି ପଙ୍କ କାଦୁଅ ଓ ସାପବେଙ୍ଗ ଅଧ୍ୟୁଷିତ ଥିଲା । ବିଜୁଳୀ ଲାଇନ୍ ଆସି ନଥିଲା । ସନ୍ଧ୍ୟା ପରେ ଅନ୍ଧାରର ରାଜୁତି ଥିଲା ସବୁ ଆଡ଼େ ।

 

Read More...


ଚଉଠି ପାଟ

ପ୍ରସନ୍ନ କୁମାର ହୋତା

ଏ ଯେଉଁ ବେଳର କଥା ସେତେବେଳକୁ ସିନେମା ହଲ ସବୁ କିଛି କିଛି ଆରମ୍ଭ ହୋଇଯାଇଥିଲେ ।  କିନ୍ତୁ ରଙ୍ଗମଂଚର ମଧ୍ୟ ଭଦ୍ର ସମାଜରେ ଆଦର ଥିଲା । କାଠ ଚୌକୀରେ ବସି ବାବୁଭାୟା ଲୋକ ସସ୍ତ୍ରୀକ ଓ ସପରିବାର ଆସି ଓଡିଆ ନାଟକ ଟିକେଟ କରି ଦେଖୁଥିଲେ । ଉପଭୋଗ କରୁଥିଲେ ।

 

Read More...


ମୁଁ ବାର ବାର କହିଛି ଟ୍ରେନ ରେ ପାଇଖାନା ପାଖରେ ସିଟ ରିଜର୍ଭ କରିବନି | ମୁଁ ପାଇଖାନା ଦୁଃର୍ଗନ୍ଧ ସହ୍ୟ କରିପାରେନି | ଟ୍ରେନ ନାଁ ଟା ନନ୍ଦନ କାନନ ଏକ୍ସପ୍ରେସ ହେଲା ବୋଲି କଣ ଏଥିରେ ଯିଏ ଯିବ ପଶୁଙ୍କ ପରିଯିବ ?

 

Read More...


କୁଁକୁଁକୁଁକୁଁ... ନିଜ ଶବ୍ଦରେ ନିଜ ଆଖି ଖୋଲିଗଲା । ମିଞ୍ଜିମିଞ୍ଜି ଆଖି ଖୋଲି ଚାରିଆଡକୁ ଚାହିଁଲା ପ୍ରଦୀପ । ଏତେ ବଡ ଅମରି ବଣ ! ଏଡେ ଡେଙ୍ଗା ଡେଙ୍ଗା ଗଛ? ଆଉ ସେଇ ଭିତରେ କାଇଁକି ଶୋଇଛି ସେ? ସେତିକିବେଳକୁ ଦୁଇଟି କାଠବେଙ୍ଗ ତା’ ମୁହଁ ସାମ୍ନାରେ ଡେଇଁ ଡେଇଁ ଚାଲିଲେ। ଏଡେ ଏଡେ ବେଙ୍ଗ ! ସେ ସ୍ୱପ୍ନ ତ ଦେଖୁନି?

 

Read More...


ଶ୍ରୀକୃଷ୍ଣଙ୍କ ହସ

କ୍ଷୀରୋଦ ବିହାରୀ ବିଶ୍ବାଳ

ଗତକାଲି ଯାଇଛି  କୁମାର ପୂର୍ଣମୀ କିନ୍ତୁ ଚନ୍ଦ୍ର କିରଣରେ ଟିକେ ବି ଆଞ୍ଚ ଆସିନି | ଶୀତ ଧୀରେ ଧୀରେ ଜାବୁଡ଼ି ଧରିଲାଣି ଧରାକୁ | ଗାଁଲୋକଙ୍କ  ବସ୍ତାରୁ ଚାଦର କମ୍ବଳ ଏଯାଏଁ ବାହାରିନି | ଘର ଭିତରେ ଥଣ୍ଡା ଜଣାପଡୁନଥିବା ବେଳେ ଘର ବାହାରେ ହାଲୁକା କୋହଲା ପବନରେ ଦେହରେ ଶିହରଣ ଖେଳିଯାଉଛି |

 

Read More...


ତା'ର ମନେହେଲା - ଏ ପୃଥିବୀରେ ମୋର ଦିନକାଳ ସରିସରି ଆସୁଛି। ସରିଆସୁଚି ପୃଥିବୀକୁ ମୋର ଯାହା ଦେବାର କଥା। ଯାହା ଦେବାର ଥିଲା ମୋ ପରିବାରକୁ.  ସମାଜକୁ ସାହିତ୍ୟକୁ । ଏବେ ମୁଁ ନିଃସ୍ଵ । ଅସମର୍ଥ । ଅପରେସନ୍‌ ପରେ ଦିବାକରର ଏମିତି ଚିନ୍ତାଧାରା ।

 

Read More...


ମୁଁ ଛୁଟିରେ ଗାଁକୁ ଆସିଥିବାର ଖବର ପାଇ କମଳି ନାନୀ ଆମ ଘରକୁ ଆସିଥିଲା ।
ସେ ମୋର ମଝିଆଁ ମାମୁଙ୍କ ଝିଅ । ମୋଠୁ ଦୁଇ ତିନି ବର୍ଷ ବଡ଼ । ତା’ର ବାହାଘର ସମୟରେ ମୁଁ ମା’ ସାଙ୍ଗରେ ବେଭାର ନେଇ ଯାଇଥିଲି ।

 

Read More...


ଦିବ୍ୟୋପବାଦ

ଜ୍ୟୋତିପୁଷ୍ପା ଦାସ

ମୁଁ ସଦ୍ୟ ଜେଲରୁ ବାହାରି ଆସିବା ପରେ, ଆମଦୁହିଁଙ୍କୁ ରହୁଥିବା ଆପାର୍ଟମେଣ୍ଟରେ ଆଉ ଘର ମିଳିଲା ନାହିଁ। ମୋ ଘର ଏମିତିରେ ଅନେକ ଦୂର। ତା ପାଇଁ ବନ୍ଦ ହୋଇସାରିଛି ତା ଘରର ମୁଖ୍ୟଦ୍ୱାର। ଅଦୂରଦର୍ଶୀ ଆମେ ଦୁହେଁ ନିଜ ପାଇଁ ମୋଡ଼ିନେଲୁ ଅଲିଖିତ ବାସନ୍ଦ, ଆଉ ସାମାଜିକ ଭୁକ୍ରୁଞ୍ଚନ।

 

Read More...


ସମସ୍ତେ ଶୋଇଗଲା ପରେ ରାତ୍ରିର ନିସ୍ତବଧତା ଭିତରେ ଉଜାଗର ରହି ଓ ଆମ କବି ଲେଖକମାନେ ଚିତ୍ରକଳ୍ପ , ପ୍ରତୀକ ରୂପକ, ବିମ୍ବ ଇତ୍ଯାଦି ଖୋଜି ବୁଲୁଥା'ନ୍ତି । ମୋର ଉଜାଗର ରହି ଏଇ ଖୋଜି ବୁଲିବାର ଅଭ୍ୟାସଟକୁ ମୁଁ ଗ୍ୟାଙ୍ଗଟକ୍‌ରେ ରହୁଥଲାବେଳେ କେତେବାର - ଶକ୍ତ ଝଟକା ଲାଗିଥିଲା।

 

Read More...


ଭୁର୍କୁଣ୍ଡୁ ରେ .. ଏ ..ଏ.. ଇସ୍କୁଲ ପାଚେରିରେ ପିଟି ହୋଇ ଫେରିଆସୁଛି ମୋର ପ୍ରାକ କୈଶୋର କଣ୍ଠର ପ୍ରତିଧ୍ଵନି। ଇସ୍କୁଲ ସାରା ଛୁଟିଦିନର ନୀରବତା । ଛୁଟିଦିନର ନୀରବତା ସଙ୍ଗେ ଗୋଳେଇ ହୋଇଯାଉଛି ଭୋଦୁଅ ମାସର ଦି' ପହରିଆ ଖରା। ଟାଇଟାଇଁ ।

 

Read More...


ଗପ ଗଢୁଥିବା ଝିଅ

ଚିରଶ୍ରୀ ଇନ୍ଦ୍ରସିଂ

ଡ୍ରାଇଭର ସିଟ୍‌ର ପଛକୁ ଲାଗି ଗାଡ଼ି ଭିତରକୁ ମୁହଁ କରିଥିବା ତିନିଜଣିଆ ସିଟ୍ ରେ ଦିଜଣ ବୁଢ଼ାବୁଢ଼ୀ, ମଝିରେ ନାତି। ନାତିଟିର ବୟସ ବାର କି ତେର, ଆଖିରେ ମୋଟା ଲେନ୍‌ସର ଚଷମା, ମୁହଁରେ ଅସ୍ଵାଭାବିକ ଗାମ୍ଭିର୍ଯ୍ୟ । ବୁଢ଼ାବୁଢ଼ୀ ଦୁହେଁ କିନ୍ତୁ ଭାରି ଗମାତିଆ। ସୁବିଧା ହେଲା ମାତ୍ରେ ନାତି ପିଠିପଟେ ମୁହଁ ଗଳେଇ ଖୁଉବ୍‌ ହସାହସି ହେଉଥାଆନ୍ତି, ଦୁହେଁ ଗପସପ କରୁ କରୁ ।

 

Read More...


ସୁମନ୍ତ ଗୋଟିଏ ଜିଗୋଲୋ ବୋଲି ପୁଣି ଅଜୟ ଆଶ୍ଚର୍ଯ୍ୟ ହେଲା ନାହିଁ , କିନୁ ତାକୁ ଦୁଃଖ ଲାଗିଲା -। ବିଶ୍ଵ ବିଦ୍ୟାଳୟ ଛାଡ଼ିଲା ପରେ ବାରବର୍ଷ ହେଲା ସୁମନ୍ତ ସହିତ ତା'ର କୌଣସି ସଂପର୍କ ନଥିଲା , ନିଜନିକ ବାଟରେ ସେମାନେ ଚାଲିଯାଇଥିଲେ, କିନ୍ତୁ କଲେଜ ଓ ଇଭନିଭରସିଟିରେ ସେମାନେ ଘନିଷ୍ଠ ବନ୍ଧୁ ଥିଲେ ।

 

Read More...